ମୌସୁମୀ ଋତୁ ଆରମ୍ଭ ହେବା ଆଗରୁ ସବୁ ପିଲାଙ୍କୁ ଇନଫ୍ସୁଏନଜା ଟୀକା ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି

Written by MomJunction
Last Updated on

ଇନଫ୍ଲୁଏନଜା ଏବଂ ଏହାର ନିବାରଣ ବିଷୟରେ ଅଧିକ ଜାଣନ୍ତୁ

ସବୁ ପିଲାଙ୍କୁ ଇନଫ୍ସୁଏନଜା ଟୀକା ନେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଥିବା ଖବରରେ ରହିଆସିଛି। ଯେହେତୁ ଇନଫ୍ଲୁଏନଜା କିମ୍ବା ଫ୍ଲୁ ଏବଂ କୋଭିଡ୍ -19ର ଲକ୍ଷଣ ପ୍ରାୟତଃ ଏକାଭଳି, ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ଫ୍ଲୁ ର ଟୀକା ନେଲେ ଏହା ପିଲାମାନଙ୍କୁ ସୁରକ୍ଷା ପ୍ରଦାନ କରିବ ଏବଂ ସେମାନଙ୍କ ଅବିଭାବକ ମଧ୍ୟ ଆତଙ୍କରୁ ରକ୍ଷା ପାଇବେ।

ଅନେକ ଅବିଭାବକଙ୍କର ପ୍ରଶ୍ନ ଥାଇପାରେ ‘ ଇନଫ୍ଲୁଏନଜା କିମ୍ବା ଫ୍ଲୁ କଣ ?’ ଏହା ସାଧାରଣ ଥଣ୍ଡାଠାରୁ କିପରି ଭିନ୍ନ ? ଏଥିରୁ ନିଜ ପିଲାଙ୍କୁ ରକ୍ଷା କରିବା ପାଇଁ କାହିଁକି ଧ୍ୟାନ ଦେବା ଉଚିତ ?

ରୋଗ ଏବଂ ଏହାର ନିରାକରଣ ନେଇ ଆପଣ ଯାହା ଜାଣିବା ଆବଶ୍ୟକ, ଏଠାରେ ତାହା  ରହିଛି।

ପିଲାମାନଙ୍କ ନାକରୁ ପାଣି ବୋହିବା ଏବଂ କାଶ ହେବା ସମସ୍ୟା ଆଜିକାଲି ଆମ ଜୀବନର ଅଂଶ ହୋଇଯାଇଛି। ଜ୍ବର, ନାକ ବୁଜି ହେବା ଏବଂ ଅନ୍ୟ ଥଣ୍ଡା ରୋଗ ଭଳି ଲକ୍ଷଣ ମଧ୍ୟ ପିଲାମାନଙ୍କୁ ଇନଫ୍ଲୁଏନଜା , ଯାହାକୁ ଫ୍ଲୁ ମଧ୍ୟ କୁହାଯାଏ ତାହାର ଅଧିକ ବିପଦଜନକ ପରିସରକୁ ନେଇଯାଇ ପାରେ। 

ଇନଫ୍ଲୁଏନଜା/ଫ୍ଲୁ ହେଉଛି ଏକ ଅତ୍ୟନ୍ତ ସଂକ୍ରାମକ ଭାଇରାଲ୍ ସଂକ୍ରମଣ, ଯାହା ଶିଶୁର ପବନ ଚଳାଚଳ ପଥ ଏବଂ ଫୁସ୍ ଫୁସ୍ କୁ ପ୍ରଭାବିତ କରିପାରେ ଓ ଏହା ହେଉଛି ବର୍ଷସା ରା ଦେଖାଯାଇଥିବା ସବୁଠାରୁ ସାଧାରଣ ଶ୍ବାସକ୍ରିୟା ଜନିତ ସମସ୍ୟା। ଜନ୍ ହପକିନ୍ ଙ୍କ ଦ୍ବାରା ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ, କେତେକ ଶିଶୁ ସପ୍ତାହେ ମଧ୍ୟରେ ସୁସ୍ଥ ହେଉଥିବା ବେଳେ, କେତେକଙ୍କର ଗମ୍ଭୀର ସଂକ୍ରମଣ ହୋଇପାରେ, ଯେଉଁଥିପାଇଁ ଡାକ୍ତରୀ ଚିକିତ୍ସା ଆବଶ୍ୟକ ହୋଇପାରେ ଏବଂ ଏହାଯୋଗୁଁ ଫୁସଫୁସ୍ ସଂକ୍ରମଣ (ନିମୋନିଆ) କିମ୍ବା ମୃତ୍ୟୁ ମଧ୍ୟ ହୋଇପାରେ।  ଅଧ୍ୟୟନରୁ ଜଣା ପଡ଼ିଛି ଯେ, ପ୍ରତି ବର୍ଷ କେବଳ ଇନଫ୍ଲୁଏନଜା/ ଫ୍ଲୁ ଯୋଗୁଁ 5 ବର୍ଷ ବୟସ ତଳର ପ୍ରାୟ 1 ଲକ୍ଷ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥାନ୍ତି।

କେଉଁମାନେ ବିପଦରେ ଅଛନ୍ତି ?

ଯେ କୌଣସି ବ୍ୟକ୍ତିଙ୍କୁ ଇନଫ୍ଲୁଏନଜା/ ଫ୍ଲୁ ହୋଇପାରେ। ତେବେ, କିଛି ନିର୍ଦ୍ଧିଷ୍ଟ ବର୍ଗର ବ୍ୟକ୍ତି ଅଛନ୍ତି, ଯେଉଁମାନେ ଏଥରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ। ଏମାନଙ୍କ ମଧ୍ୟରେ ଅଛନ୍ତି 6 ମାସରୁ 5 ବର୍ଷ ବୟସର ଶିଶୁ, ଗର୍ଭବତୀ ମହିଳା, 65 କିମ୍ବା ଏହାଠାରୁ ଉର୍ଦ୍ଧ୍ବ ବୟସର ବୟସ୍କ ବ୍ୟକ୍ତି, ସ୍ବାସ୍ଥ୍ୟକର୍ମୀ ଏବଂ ମଧୁମେହ, ଆସ୍ଥମା, କ୍ୟାନସର୍,  ଇମ୍ୟୁନୋସପ୍ରେସନ୍ ଇତ୍ୟାଦି ଭଳି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି।

ପ୍ରସାରଣ / ବିସ୍ତାର

ଇନଫ୍ଲୁଏନଜା/ଫ୍ଲୁ  ଥିବା ବ୍ୟକ୍ତି କାଶିଲେ କିମ୍ବା ଛିଙ୍କିଲେ  କିମ୍ବା କଥା ହେଲେ ଛିଟିକି ପଡୁଥିବା ଡ୍ରପଲେଟ୍ ଦ୍ବାରା ମୁଖ୍ୟତଃ ଭାଇରସ୍ ବ୍ୟାପୀଥାଏ। ଏଥିପାଇଁ, କୌଣସି ସଂକ୍ରମିତ ବ୍ୟକ୍ତିର ନିକଟରେ ଥିଲେ, ଅନ୍ୟ ଜଣେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ଅଧିକ। ପବନରେ ଖେଳେଇ ହୋଇଯାଇଥିବା ଡ୍ରପଲେଟ୍ 6 ଫୁଟ୍ ଦୂର ପର୍ଯ୍ୟନ୍ତ ବ୍ୟାପୀ ଯାଇ ପାରେ ଏବଂ ସେହି ପରିସର ମଧ୍ୟରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚି ପାରେ।

ଛୋଟ ଶିଶୁ କିମ୍ବା ଦୁର୍ବଳ ରୋଗ ପ୍ରତିରୋଧ ପ୍ରଣାଳୀ ଥିବା ଶିଶୁଙ୍କର ଦୀର୍ଘସ୍ଥାୟୀ ସଂକ୍ରମଣ ସ୍ଥାନାନ୍ତର ସମୟ ଥାଇପାରେ ଏବଂ ସେଥିପାଇଁ ସେମାନେ ଅନ୍ୟମାନଙ୍କୁ ଅଧିର ସମୟ ଧରି ସଂକ୍ରମଣ କରି ପାରନ୍ତି।

ନିରାକରଣ

ଯଦିଓ ଅସୁସ୍ଥତା ଦୂର କରିବା ପାଇଁ ବିଭିନ୍ନ ଆଣ୍ଟିଭାଇରାଲ୍ ( ଆଣ୍ଟିଇନଫ୍ଲୁଏନଜା) ଔଷଧ ରହିଛି, ତେବେ ଏ ରୋଗରେ ଆଦୌ ଯେପରି ଆକ୍ରନ୍ତ ନେ ହେବା ସେ ନେଇ ଅଧିକ ପ୍ରାଥମିକତା ଦେବା ଉଚିତ। କିଛି ସରଳ ଏବଂ ପ୍ରଭାବଶାଳୀ ପଦକ୍ଷେପ ନେଲେ ଏହି ସଂକ୍ରମଣ  ବ୍ୟାପୀବାରୁ ରୋକାଯାଇ ପାରିବ। ଏହା ଅନ୍ତର୍ଭୁକ୍ତ ହେଉଛି :

  1. କାଶିବା / ଛିଙ୍କିବା ବେଳେ ପାଟି ଏବଂ ନାକ ଘୋଡ଼ାଇ ରଖିବାକୁ ପିଲାମାନଙ୍କୁ ଶିକ୍ଷା ଦେବା
  2. ବାରମ୍ଭାର ଏବଂ ଭଲରେ ହାତ ଧୋଇବା। ଯେତେବେଳେ ଜଳ ଉପଲବ୍ଧ ନାହିଁ, ସେତେବେଳେ ସାନିଟାଇଜର୍ ବ୍ୟବହାର କରିଲେ ମଧ୍ୟ ପ୍ରଭାବଶାଳୀ ହୋଇପାରିବ।
  3. ସୁରକ୍ଷିତ ଦୂରତ୍ବ ବଜାୟ ରଖିବା ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗରୁ ବିରତ ରହିବା
  4. ଜନସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା
  5. ବାର୍ଷିକ ଇନଫ୍ଲୁଏନଜା ଟୀକା

ବାର୍ଷିକ ଇନଫ୍ଲୁଏନଜା/ ଫ୍ଲୁ ଟୀକା ହେଉଛି ଇନଫ୍ଲୁଏନଜାରୁ ରକ୍ଷା ପାଇବାର ସବୁଠାରୁ ଅଧିର ପ୍ରଭାବଶାଳୀ ପନ୍ଥା।

ବିଶ୍ବା ଏବଂ ଭାରତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ, 6 ମାସରୁ 5 ବର୍ଷ ବୟସର ଶିଶୁଙ୍କ ପାଇଁ ବାର୍ଷିକ ଇନଫ୍ଲୁଏନଜା ଟୀକା ଗ୍ରହଣକୁ ଦୃଢ଼ଭାବେ ସୁପାରିଶ କରିଛନ୍ତି। ଏହାକୁ ମଧ୍ୟ ଇନଫ୍ଲୁଏନଜା ଭାଇରସ୍ ଡ୍ରପ୍ ବିରୋଧରେ ପ୍ରତିରୋଧକ କୁହାଯାଏ। ଏବଂ ଏହା ମଧ୍ୟ ପ୍ରତିବର୍ଷ ଭାଇରସ୍ ଶୃଙ୍ଖଳାକୁ ବ୍ୟାପୀବା ରୋକିଥାଏ। ଏଥିପାଇଁ ପ୍ରତିବର୍ଷ ଟୀକାକରଣ କରାଯିବା ଉଚିତ। ପ୍ରତି ବର୍ଷ ଇନଫ୍ଲୁଏନଜା ପାଇଁ ଟୀକା ନେବା ଦ୍ବାରା କେବଳ ଯେ ଆପଣଙ୍କ ଶିଶୁର ରୋଗପ୍ରତିରୋଧ ଶକ୍ତି ବଢ଼ିଥାଏ ତା ନୁହେଁ, ପରବର୍ତ୍ତୀ ସ୍ତରର ସଂକ୍ରମଣ ରୋକିବାରେ ମଧ୍ୟ ସାହାଯ୍ୟ କରେ।

ଇନଫ୍ଲୁଏନଜା ରୋଗ ବିଷୟରେ ଏବଂ ଟୀକା ମାଧ୍ୟମରେ ଏହାର ନିରାକରଣ ବିଷୟରେ ଜାଣିବା ପାଇଁ ଆପଣଙ୍କ ଶିଶୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଘୋଷଣାନାମା: ଗ୍ଲାସ୍କୋସ୍ମିଥକ୍ଲାଇନ୍ ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍. ଡାକ୍ତର ଆନି, ବସନ୍ତ ରୋଡ୍, ୱର୍ଲି, ମୁମ୍ବାଇ, 400 030, ଭାରତ ଦ୍ବାରା ଜନସ୍ବାର୍ଥ ଉଦ୍ଦେଶ୍ୟରେ ଜାରି ହୋଇଛି। ଏହି ସାମଗ୍ରୀରେ ଦେଖାଯାଉଥିବା ସୂଚନା କେବଳ ସାଧାରଣ ସଚେତନତା ପାଇଁ ଉଦ୍ଦିଷ୍ଟ। ଏହି ସାମଗ୍ରୀ ମଧ୍ୟରେ କୌଣସିଟି ଡାକ୍ତରୀ ପାରମର୍ଶ ନୁହେଁ। କୌଣସି ଡାକ୍ତରୀ ପ୍ରଶ୍ନ ପାଇଁ କିମ୍ବା ଏ ସ୍ଥିତି ନେଇ ଆପଣଙ୍କ ସମସ୍ୟା ପାଇଁ ଦୟାକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟୀକା-ପ୍ରତିରୋଧକ ରୋଗର ସମ୍ପୂର୍ଣ୍ଣ ତାଲିକା ପାଇଁ ଦୟାକରି ଆପଣଙ୍କର ଶିଶୁରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ପ୍ରତି ରୋଗ ପାଇଁ ଟୀକାକରଣ କାର୍ଯ୍ୟସୂଚୀ ସମ୍ପୂର୍ଣ୍ଣ କରନ୍ତୁ। କୌଣସି ଜିଏସ୍ କେ ଉତ୍ପାଦ ନେଇ କୌଣସି ପ୍ରକାର ପ୍ରତିକୂଳ ଘଟଣା ପାଇଁ ଦୟାକରି india.pharmacovigilance@gsk.com ରେ ଯୋଗାଯୋଗ କରନ୍ତୁ। କୌଣସି ଜିଏସ୍ କେ ଉତ୍ପାଦ ନେଇ କୌଣସି ପ୍ରକାର ପ୍ରତିକୂଳ ଘଟଣା ପାଇଁ ଦୟାକରି କମ୍ପାନୀକୁ ଯୋଗାଯୋଗ କରନ୍ତୁ
CL code: NP-IN-FLT-OGM-210005, DoP June 2021

Was this article helpful?
thumbsupthumbsdown

Community Experiences

Join the conversation and become a part of our vibrant community! Share your stories, experiences, and insights to connect with like-minded individuals. Let our readers get your unique perspectives and do better together! Read our Comment Policy to know about the guidelines.

Latest Articles